ଅନେକ ବର୍ଷ ତଳେ ଗୋଟିଏ ଗାଁରେ ଜଣେ ଧନୀ ଲୋକ
ଥିଲା । ତା’ର ଟଙ୍କାପଇସା କି କୋଠାବାଡିର ସିନା ଅଭାବ ନଥିଲା । ହେଲେ ମନରେ ଆଦୌ
ଶାନ୍ତି ନଥିଲା । ରାତିରେ ନିଦ ଲାଗୁ ନଥିଲା । ତାକୁ ଧନଲୋଭ ଏତେ ଗ୍ରାସ କରିଥିଲା ଯେ,
ଦାନଧର୍ମ ତ ଦୂରର କଥା ନିଜେ ଭଲକରି ଗଣ୍ଡେ ଖାଇବା କି ଭଲ ଖଣ୍ଡିଏ ପିନ୍ଧିବାରେ ବି
ଟଙ୍କାଖର୍ଚ୍ଚ କରୁନଥିଲା ।
ଧନୀ ଲୋକଟିର ସବୁବେଳେ ଧନ ବଢେଇବାର
ଚିନ୍ତାଥାଏ । ଦିନେ ସେ ରାତିରେ ଶୋଇଲା ବେଳେ ଭାବିଲା, ଏତେ ଧନ ଥିଲେ କ’ଣ ହେଲା, ଆମ
ଦେଶର ରାଜାଙ୍କଠାରୁ ତ କମ୍ ।
ଠିକ୍ ଏତିକିବେଳେ ଧନୀ ଲୋକଟି ଦିନେ
ରାତିରେ ସ୍ୱପ୍ନରେ ଦେଖିଲା କିଏ ଜଣେ ଆସି ତା’ କାନ ପାଖରେ କହିଗଲେ, ତୋ’ଘର ଆଗରେ ଏକ
ଅଖାମୁଣିରେ ସୁନାମୋହର ଅଛି । ସେଥିରୁ ଯେତେ ମୋହର ବାହାର କରିବୁ ସେଥିରେ ସେତିକି
ଭର୍ତ୍ତି ହୋଇଯାଉଥିବ । ମୁଣିଟି କେବେହେଲେ ଖାଲି ହେବ ନାହିଁ । ଆଉ ମନେରଖ, ତୋର
ଯେତିକି ମୋହର ଦରକାର ବାହାର କରିସାରିଲା ପରେ ତୁ ସେଇ ମୁଣିଟିକୁ ନଈରେ ଭସାଇ ଦେବୁ ।
ତାପରେ ଯାଇ ସେଥିରୁ ବାହାର କରିଥିବା ସୁନାମୋହର ତୋର କାମରେ ଲଗେଇ ପାରିବୁ । ଅଖା ମୁଣି
ନଈରେ ନ ଭସେଇଲା ଯାଏଁ ସୁନାମୋହର ତୋର କୌଣସି କାମରେ ଆସିବ ନାହିଁ । ସେସବୁ ପଥର
ପାଲଟି ଯିବ ।” ଅଧିକ...
No comments:
Post a Comment