Odia Gapa

Odia Gapa
Odia Gapa

Thursday, July 30, 2015

ପରର ମନ୍ଦ ଚିନ୍ତ ନାହିଁ

ଜଙ୍ଗଲ ପାଦଦେଶରେ ଝଙ୍କାଳିଆ ଗଛଟିଏ, ତା’ଡାଳରେ ବସାବାନ୍ଧିଥାଏ କାଉଟିଏ । ଏକଦା କାଉ କେତୋଟି ଅଣ୍ଡାଦେଇ ତା’ ଉପରେ ବସିରହିଲା । ଅଣ୍ଡାଗୁଡିକ ଉଷୁମ୍ ହେଲେ ତା’ ଭିତରୁ ଛୁଆ ବାହାରିବେ ।
       ଏତିକିବେଳେ କୁଆଡୁ ଗୋଟିଏ ବିଲୁଆ ବୁଲିବୁଲି ଆସି ସେଇ ଗଛମୂଳେ ପହଁଚିଗଲା । ଗଛ ମୂଳଟି ବେଶ୍ ଗହଳିଆ ଓ ଅନ୍ଧାରୁଆ ଥିବାରୁ ସେଇଠି ବସାବାନ୍ଧି ରହିବବୋଲି ଠିକ୍ କଲା ।
       ବିଲୁଆ ସେଇ ଗଛମୂଳେ ବସିଛି । ମନେ ମନେ ଭାବୁଥାଏ ଏଠାରେ ବସାବାନ୍ଧି ରହିଲେ ଖାଇବି କ’ଣ? ଚାରିଆଡକୁ ଚାହୁଁ ଚାହୁଁ ହଠାତ୍ ଗଛ ଉପରେ ଥିବା କାଉ ବସାଉପରେ ତା’ର ନଜର ପଡିଗଲା । ମନେ ମନେ ଭାବିଲା କାଉ ବସାରେ ନିଶ୍ଚୟ ଅଣ୍ଡା କି କାଉ ଛୁଆ ଥିବେ । ନହେଲେ କାଉ ତା’ର ବସା ଛାଡି ଯାଉନାହିଁ କାହିଁକି?
       ଏହି କଥା ଭାବି ବିଲୁଆ ନିରୀକ୍ଷଣ କରୁ କରୁ ଦେଖିଲା କାଉ ତା’ର ବସାରେ ଅଣ୍ଡାଗୁଡିକ ଜଗି ବସିଛି । ଅଣ୍ଡାଗୁଡିକ ଦେଖି ତା’ ପାଟିରୁ ଲାଳ ଗଡିଲା । ମନରେ ଭାବିଲା, ଅଣ୍ଡା ତ ଗଛ ଉପରେ, ଖାଇବ କେମିତି? ତାକୁ ଗଛ ଚଢା ଆସୁଥିଲେ ଅବା ଚଢିଯାଆନ୍ତା, ସୁତରାଂ ସେ ଗଛଟିକୁ ଧରି ହଲାଇବାକୁ ଲାଗିଲା । ଅଣ୍ଡା ତଳକୁ ଖସିପଡିଲେ ଖାଇବ ବୋଲି ଠିକ୍ କଲା । ଅଧିକ...

ମାଆ କାନ୍ଦନ୍ତି କାହିଁକି

ପିଲାଟିଏ ତା’ର ବାପାମାଆଙ୍କ ସହିତ ପରିବାରରେ ଅତି ଖୁସିରେ ଥାଏ । ମାତ୍ର ସେ ତା’ର ମାଆଙ୍କୁ ଅନେକ ସମୟରେ କାନ୍ଦୁଥିବାର ଦେଖେ ।
       ଦିନେ ଏହାର କାରଣ ପିଲାଟି ମାଆଙ୍କୁ ପଚାରି ବସିଲା । କହିଲା, “ମାଆ ତୁମେ ବେଳେବେଳେ କାନ୍ଦୁଛ କାହିଁକି? ତୁମେ ତ ପରିବାରରେ ସମସ୍ତଙ୍କ କଥା ବୁଝୁଛ ହେଲେ ତୁମର କେଉଁକଥା ଅବୁଝା ରହିଯାଉଛି ଯେ, ତୁମେ କାନ୍ଦୁଛ?”
       ପିଲାଟିର ଏଭଳି ପ୍ରଶ୍ନ ମାଆଙ୍କୁ ବଡ ଅଡୁଆରେ ପକାଇ ଦେଲା । ମାଆ କି ପ୍ରକାର ଉତ୍ତର ଦେଇ ପୁଅର ସନ୍ଦେହ ମୋଚନ କରିବେ ଠିକ୍ କରିପାରିଲେ ନାହିଁ । ତେଣୁ ପୁଅର ମନକୁ ବୁଝେଇ ଦେବା ପାଇଁ ଅତି ସାଧାରଣ ଭାବରେ ଉତ୍ତର ଦେବାକୁ ଯାଇ ମାଆ କହିଲେ, “ଧନରେ! ମୁଁ ଜଣେ ସ୍ତ୍ରୀଲୋକ ତ ସେଇଥିପାଇଁ କାନ୍ଦୁଛି ।”
       ହେଲେ ପିଲାଙ୍କ ମନ ତ ଅବୁଝା । ତାଙ୍କୁ ଯେତେ ବୁଝାଇଲେ ବି କେମିତି ହେଲା, କାହିଁକି ହେଲା – ଏହିଭଳି ପ୍ରଶ୍ନ ପଚାରି ସେମାନେ ନୟାନ୍ତ କରିଦେବେ ସିନା ସହଜରେ ଛାଡିଦେବେନି । ସୁତରାଂ ମାଆଙ୍କର ଏଭଳି ସହଜ ଉତ୍ତରରେ ପୁଅ ସନ୍ତୁଷ୍ଟ ହେଲା ନାହିଁ ।
       ଆଉଦିନକର କଥା । ସେଇ ଏକା ପ୍ରଶ୍ନଟି ପୁଅ ଏବେ ବାପାଙ୍କୁ ପଚାରିଲା । ସୁତରାଂ ବାପା ଏହାର ଉତ୍ତର ଦେବାକୁ ଯାଇ ଅନ୍ୟମନସ୍କ ଭାବରେ କହିଦେଲେ, “ସିଏ ଜଣେ ସ୍ତ୍ରୀ ଲୋକ ତ ସେଇଥି ପାଇଁ କାନ୍ଦୁଛି ।” ଅଧିକ...

ସଚ୍ଚୋଟ ପଣିଆର ପୁରସ୍କାର

ପବିତ୍ର ନାମରେ ପିଲାଟିଏ । ତା’ର ହୃଦୟ ଯେଭଳି ପବିତ୍ର, ଠିକ୍ ସେହିପରି ତା’ର କାର୍ଯ୍ୟ, କଥାବାର୍ତ୍ତା ଆଚରଣ ମଧ୍ୟ । ମାତ୍ର ପିଲାଟି ଦିନରୁ ସେ ଅତ୍ୟନ୍ତ ଦୁଃଖୀ । ବାପଛେଉଣ୍ଡ ପବିତ୍ରର ସମ୍ପତ୍ତିବାଡି ବୋଲି ଝୁମ୍ପୁଡି ଘର ଖଣ୍ଡିକ,   ସେଇଠି ସେ ମାଆ ସହିତ ରହେ । ମାଆ ତା’ର ସାଇପଡିସା ଘରେ ବାସି ପାଇଟି କରି ଗୁଜୁରାଣ ମେଂଟାଇ ଦିଏ ।
       ପ୍ରଥମେ ପ୍ରଥମେ ପବିତ୍ର ଗାଁ ସ୍କୁଲକୁ ପାଠପଢିବାକୁ ଯାଉଥିଲା । ମାତ୍ର ତା’ର ବାପା ମଲାଦିନଠୁ ତା’ପାଠରେ ଡୋରି ବନ୍ଧା ହୋଇଯାଇଛି । ବାଧ୍ୟ ହୋଇ ପବିତ୍ର ଗାଁ ଲୋକଙ୍କ ଗାଈ ଜଗିବା କାମରେ ଏବେ ଲାଗିଯାଇଛି । ପ୍ରତ୍ୟହ ଗାଈଗୋଠନେଇ ଜଙ୍ଗଲକୁ ଚାଲିଯାଏ ସକାଳୁ, ଫେରି ଆସେ ସଂଜରେ ।
       ଦିନକର କଥା, ପବିତ୍ର ଗାଈଗୋଠ ଲେଉଟାଇ ଗାଁକୁ ଫେରୁଛି । ହଠାତ୍ ତା’ର ନଜର ପଡିଗଲା ଗାଈସାଥୀରେ ତା’ର କଅଁଳ ବାଛୁରୀଟି ନାହିଁ । କୁଆଡେ ବଣୁଆ ରାସ୍ତାରେ ପଥହରା ହୋଇ କେଉଁଠି ଅଟକି ଯାଇଛି ବୋଲି ଭାବିଲା ।
      ତହୁଁ ପବିତ୍ର ଗାଁରେ ଗାଈପଲକୁ ଛାଡିଦେଇ ଲେଉଟିଲା ପୁଣି ବଣଆଡେ । ମନରେ ଆଶଙ୍କା, କେଉଁଠିଥିବ, କ’ଣ କରୁଥିବ ସେ? ଏମିତି ନାନା ଆଶଙ୍କାରେ ଆଗକୁ ମାଡି ଚାଲୁଚାଲୁ ଦେଖିଲା ବାଛୁରୀଟି କଅଁଳିଆ ଘାସ ଖାଉଛି । ପବିତ୍ରଖୁସିରେ ବାଛୁରୀକୁ ନେଇ ଫେରିଲା ଗାଁକୁ । ଅନ୍ଧାର ମାଡି ଆସିଲାଣି । ଅଧିକ...

Wednesday, July 29, 2015

କୃପଣ ଧନୀ କଥା

ଅନେକ ବର୍ଷ ତଳେ ଗୋଟିଏ ଗାଁରେ ଜଣେ ଧନୀ ଲୋକ ଥିଲା । ତା’ର ଟଙ୍କାପଇସା କି କୋଠାବାଡିର ସିନା ଅଭାବ ନଥିଲା । ହେଲେ ମନରେ ଆଦୌ ଶାନ୍ତି ନଥିଲା । ରାତିରେ ନିଦ ଲାଗୁ ନଥିଲା । ତାକୁ ଧନଲୋଭ ଏତେ ଗ୍ରାସ କରିଥିଲା ଯେ, ଦାନଧର୍ମ ତ ଦୂରର କଥା ନିଜେ ଭଲକରି ଗଣ୍ଡେ ଖାଇବା କି ଭଲ ଖଣ୍ଡିଏ ପିନ୍ଧିବାରେ ବି ଟଙ୍କାଖର୍ଚ୍ଚ କରୁନଥିଲା ।
       ଧନୀ ଲୋକଟିର ସବୁବେଳେ ଧନ ବଢେଇବାର ଚିନ୍ତାଥାଏ । ଦିନେ ସେ ରାତିରେ ଶୋଇଲା ବେଳେ ଭାବିଲା, ଏତେ ଧନ ଥିଲେ କ’ଣ ହେଲା, ଆମ ଦେଶର ରାଜାଙ୍କଠାରୁ ତ କମ୍ ।
       ଠିକ୍ ଏତିକିବେଳେ ଧନୀ ଲୋକଟି ଦିନେ ରାତିରେ ସ୍ୱପ୍ନରେ ଦେଖିଲା କିଏ ଜଣେ ଆସି ତା’ କାନ ପାଖରେ କହିଗଲେ, ତୋ’ଘର ଆଗରେ ଏକ ଅଖାମୁଣିରେ ସୁନାମୋହର ଅଛି । ସେଥିରୁ ଯେତେ ମୋହର ବାହାର କରିବୁ ସେଥିରେ ସେତିକି ଭର୍ତ୍ତି ହୋଇଯାଉଥିବ । ମୁଣିଟି କେବେହେଲେ ଖାଲି ହେବ ନାହିଁ । ଆଉ ମନେରଖ, ତୋର ଯେତିକି ମୋହର ଦରକାର ବାହାର କରିସାରିଲା ପରେ ତୁ ସେଇ ମୁଣିଟିକୁ ନଈରେ ଭସାଇ ଦେବୁ । ତାପରେ ଯାଇ ସେଥିରୁ ବାହାର କରିଥିବା ସୁନାମୋହର ତୋର କାମରେ ଲଗେଇ ପାରିବୁ । ଅଖା ମୁଣି ନଈରେ ନ ଭସେଇଲା ଯାଏଁ ସୁନାମୋହର ତୋର କୌଣସି କାମରେ ଆସିବ ନାହିଁ । ସେସବୁ ପଥର ପାଲଟି ଯିବ ।” ଅଧିକ...

ବାନର ମକର କଥା

ଏକ ସମୁଦ୍ର କୂଳରେ ଗୋଟିଏ ଜାମୁ ବୃକ୍ଷ ଥିଲା । ସେହି ଜାମୁ ବୃକ୍ଷରେ ବର୍ଷକ ବାର ମାସ ଜାମୁକୋଳି ଫଳ ଫଳୁଥିଲା । ଗଛଟିରେ ସଦାସର୍ବଦା ଫଳ ଫଳୁଥିବା ଦେଖି ସେହି ଗଛଟିକୁ ନିଜଲାଗି ଉତ୍ତମ ପାଇ ରକ୍ତମୁଖ ନାମକ ବାନର ସେଠାରେ ବାସ କରିବାକୁ ଲାଗିଲା ।
                ଏମିତି କିଛିଦିନ ରକ୍ତମୁଖ ବାନର ସେହି ବୃକ୍ଷରେ ରହିବା ପରେ ସମୁଦ୍ରରେ ବାସ କରୁଥିବା ବିରାଳମୁଖ ନାମକ ଏକ କୁମ୍ଭୀର ନିଜ ଲାଗି ଏକ କୋମଳପ୍ରାୟ ବାଲୁକା ଶେଜ ଖୋଜୁ ଖୋଜୁ ଆସି ସେହିଠାରେ ହିଁ ପହଞ୍ଚିଗଲା । ସେତେବେଳେ ଜାମୁ ଗଛରେ ରହୁଥିବା ରକ୍ତମୁଖ ବାନର ସହିତ ତା’ର ପରିଚୟ ହେଲା । ଏହାପରେ ରକ୍ତମୁଖ ବାନର କହିଲା, ତୁମେ ମୋ ପାଖରେ ଆସି ପହଞ୍ଚିଥିବା ଜଣେ ଅତିଥି । ମୋର ଏହି ବୃକ୍ଷରେ ଫଳୁଥିବା କୋଳି ଅମୃତ ତୁଲ୍ୟ, ତେଣୁ ସେହି ଜାମୁକୋଳି ଦେଉଛି ତୁମେ ଖାଅ ।
                ଏଠାରେ ରକ୍ତମୁଖ ବାନର ବିରାଳମୁଖ କୁମ୍ଭୀରକୁ ନିଜର ଅତିଥି ଭାବରେ ସ୍ୱୀକାର କରିଛି । କାରଣ କେହି ମୂର୍ଖ ହେଉ ଅଥବା ପଣ୍ଡିତ ହେଉ ପାଖରେ ପହଞ୍ଚିଥିବା ଅତିଥି ହେତୁ ବାନର ମହତ୍ତ୍ୱପୂର୍ଣ୍ଣ ବ୍ୟବହାର ତାକୁ ଦେଖାଇଲା । କାରଣ ଅତିଥି ସେବା କରିଥିଲେ ତା’ର ଫଳ ପୂଣ୍ୟ ତଥା ସ୍ୱର୍ଗ ପ୍ରାପ୍ତି ଫଳ ହୋଇଥାଏ । ଏହାବ୍ୟତୀତ ଯାହାଙ୍କ ଦ୍ୱାରରୁ ବିମୁଖପ୍ରାୟ କେହି ଅତିଥି ଫେରିଯାଏ ତାହାର ଘରୁ ଦେବତା ବା ପିତୃପୁରୁଷମାନେ ଫେରିଯାଇଥାଆନ୍ତି, ଏକଥା ବାନର ଜାଣିଥିଲା । ତେଣୁ କୁମ୍ଭୀରକୁ ଜାମୁକୋଳି ଖାଇବା ନିମନ୍ତେ କହିଥିଲା ।
                ରକ୍ତମୁଖ ବାନର ଏହିପରି ଶ୍ରଦ୍ଧାପୂର୍ଣ୍ଣ ଭାଷା କହି ବିରାଳମୁଖ କୁମ୍ଭୀରକୁ ସୁନ୍ଦର ସୁନ୍ଦର ପାଚିଥିବା ଜାମୁକୋଳିଗୁଡ଼ିଏ ଖାଇବାକୁ ଦେଲା ।
                ବିରାଳମୁଖ ବାନର ସେଠାରେ ଜାମୁକୋଳି ଖାଇବା ସମୟରେ ବାନରକୁ ତା’ର ଉତ୍ତମ ବଂଧୁ କହି ବହୁ ସମୟ ତା’ ସହିତ ଆଳାପ ଆଲୋଚନା କଲା ଓ ଜାମୁକୋଳି ପେଟପୂରା ଖାଇସାରିବା ପରେ ନିଜର ପୂର୍ବ ସ୍ଥାନକୁ ଫେରି ଯାଇଥିଲା । ଅଧିକ...

ସିଂଧୁକପକ୍ଷୀର ସ୍ୱର୍ଣ୍ଣ ପୁରୀଷ

କୌଣସି ଏକ ବିଶାଳ ବନସ୍ତ ଥିଲା । ସେହି ବନସ୍ତ ମଧ୍ୟରେ ଥିଲା ବିଶାଳ ବୃକ୍ଷଟିଏ । ବୃକ୍ଷଟି ବନସ୍ତର ଖୁବ୍ ଶୋଭାବର୍ଦ୍ଧନ କରୁଥିଲା । ସେପରି ଏକ ବିଶାଳବୃକ୍ଷ ଅନ୍ୟ କୌଣସି ବନସ୍ତରେ ଦେଖାଯାଉନଥିଲା । କାରଣ ଏହି ବିଶାଳ ବୃକ୍ଷ ଏପରି ଏକ ବିଶାଳ ବନସ୍ତରେ ରହିବାରେ କୌଣସି ଏକ ବିଶେଷ କଥାକୁ ଧରି ରହିଥିଲା ।
                ଦିନକର କଥା, ସେହି ବିଶାଳ ବୃକ୍ଷ ତଥା ସୁନ୍ଦର ରମଣୀୟ ଶୋଭାପ୍ରତି ଆକୃଷ୍ଟ ହୋଇ କେଉଁଆଡ଼ୁ ଆସିଥିବା ସିଂଧୁକ ନାମକ ପକ୍ଷୀ ତାହାକୁ ନିଜର ବାସସ୍ଥଳିଭାବରେ ଗ୍ରହଣ କରିନେଲା ।
                ସଂସାର ନାମକ ପୃଥିବୀରେ ଯେତେ ପକ୍ଷୀ ଅଛନ୍ତି, ସେମାନଙ୍କ ଠାରୁ ଏହି ସିଂଧୁକନାମକ ପକ୍ଷୀ ସ୍ୱତନ୍ତ୍ର ତଥା ଭିନ୍ନ ଥିଲା । ଆଉ ମଧ୍ୟ ପକ୍ଷୀଟିର ନିକଟରେ କେତେକ ଅଦ୍ଭୂତ ଗୁଣଥିଲା । ସେହି ଗୁଣହେଲା ସିଂଧୁକ ପକ୍ଷୀର ପୁରୀଷ ବା ମଳ ଯେତେବେଳେ ଭୂମିକୁ ସ୍ପର୍ଶକରେ ସେତେବେଳେ ତାହା ଶୁଦ୍ଧ ସୁବର୍ଣ୍ଣରେ ପରିଣତ ହୋଇଯାଉଥିଲା ।
                ଦିନକର କଥା, ଅନେକ ଦିନ ସେହି ସିଂଧୁକପକ୍ଷୀ ସେହି ବିଶାଳ ବୃକ୍ଷରେ ବାସ କରିବା ପରେ ଅକସ୍ମାତ ଜଣେ ବ୍ୟାଧ ଶିକାର କରିବା ଉଦ୍ଧେଶ୍ୟରେ ସେହି ବନସ୍ତକୁ ଆସି ପଶୁ ସଂଧାନରେ ଥିଲା । ସେ ପଶୁପକ୍ଷୀ ସଂଧାନ କରିବା ଉଦ୍ଧେଶ୍ୟରେ ଯେତେବେଳେ ସେହି ବିଶାଳ ବନସ୍ତରେ ପରିଭ୍ରମଣ କଲା ସେତିକିବେଳେ ଏହି ଭ୍ରମଣ ମଧ୍ୟରେ ତା’ର ଦୃଷ୍ଟି ମଧ୍ୟକୁ ଆସିଥିଲା ସେହି ପତିତ ସୁବର୍ଣ୍ଣଗୁଡ଼ିକ । ବୃକ୍ଷ ଉପରେ ସେ ଯେତେବେଳେ ସେପରି ପକ୍ଷୀଟିକୁ ଦେଖିଲା ସେତେବେଳେ ସେ ତା’ର ନେତ୍ର ଦୁଇଟିକୁ ବିଶ୍ୱାସ କରିପାରିଲା ନାହିଁ । କାରଣ ସେ ବ୍ୟାଧ, ପଶୁପକ୍ଷୀ ଶିକାର କରିବା ତା’ର ଜୀବିକା । ଜୀବନ କାଳ ମଧ୍ୟରେ ସେ ବହୁ ବନସ୍ତ ପରିଭ୍ରମଣ କରିଛି, ସଂସାର ମଧ୍ୟରେ ଏପରି ପଶୁ ଓ ପକ୍ଷୀ ନାହିାଁନ୍ତି ଯାହାକୁ କି ସେ ବ୍ୟାଧ ଚିହ୍ନିନାହିଁ କି ସେମାନଙ୍କ ବିଷୟରେ ତାକୁ ଜଣାନାହିଁ, କିନ୍ତୁ ସେ ସେଦିନ ଏପରି ଏକ ପକ୍ଷୀକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲା । ସେ ବିଶ୍ୱାସ କରି ନଥିଲା ଯେ ଏହା ଏକ ପକ୍ଷୀ, ତେବେ ବହୁତ ଭାବିବାପରେ ସିଂଧୁକକୁ ପକ୍ଷୀଭାବେ ମନେ ମନେ ସ୍ୱୀକାର କଲା । ତା’ପରେ ବ୍ୟାଧ ବି ମନେ ମନେ ଭାବିଲା, ଏ ଅଦ୍ଭୂତ ପକ୍ଷୀ ତା’ର ଖାଦ୍ୟ କାର୍ଯ୍ୟରେ ଲାଗିବ କି ନାହିଁ । ଅଧିକ...

ଗୋପନୀୟ କଥା ଗୋପନୀୟ ରହିବା ଉଚିତ୍

ଏହା ଏକ ପ୍ରାଚନୀ କଳାର କଥା । କୌଣସି ଏକ ରାଜନଗର ଥିଲା । ସେହି ରାଜନଗରେ ବାସ କରୁଥିଲେ ଜଣେ ରାଜା । ସେହି ରାଜାଙ୍କର ନାମ ଥିଲା ଦେବଶକ୍ତି । ରାଜାଙ୍କର ଗୋଟିଏ ମାତ୍ର ପୁତ୍ର । ସେ ସଦାସର୍ବଦା ରୋଗରେ ପଡ଼ି ବହୁ କଷ୍ଟ ଭୋଗ କରୁଥାଆନ୍ତି । ସେଥିଲାଗି ରାଜା ମଧ୍ୟ ଚିନ୍ତିତ ଅବସ୍ଥାରେ ରହୁଥିଲେ କିପରି ରାଜକୁମାର ରୋଗରୁ ମୁକ୍ତ ହେବେ । ଏପରି ଚିନ୍ତାରେ ପଡ଼ି ରାଜା ମଧ୍ୟ ବହୁ ଦୁଃଖ ଭୋଗ କରୁଥାଆନ୍ତି ।
                ସେ ରାଜ୍ୟରେ ବହୁ ରାଜବୈଦ୍ୟ ଥିଲେ । ସେମାନେ ଜଣ ଜଣ କରି ଶାସ୍ତ୍ରସମ୍ମତ ରୋଗର ଉପଚାର କରୁଥାଆନ୍ତି ହେଲେ ଚିକିତ୍ସାର ବିଫଳତା ଦେଖି ସେମାନେ ରୋଗୀକୁ ପରିତ୍ୟାଗ କରି ଚାଲି ଯାଉଥାଆନ୍ତି ।          ଏଥିଯୋଗୁଁ ରାଜକୁମାରଙ୍କର ସଠିକ୍ ଚିକିତ୍ସା କରାଯାଇ ପାରିଲା ନାହିଁ ବରଂ ରାଜାକୁମାରଙ୍କ ସ୍ୱାସ୍ଥ୍ୟବସ୍ଥା ସଦାସର୍ବଦା ଅପରିବର୍ତ୍ତିତ ରହିଲା ।
                ରାଜକୁମାରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏପରି କାହିଁକି ହେଉଥିଲା, ତାହାର ମଧ୍ୟ କାରଣ ଥିଲା । ଯାହା ଜାଣିବା କୌଣସି ବୈଦ୍ୟରାଜଙ୍କ ନିମନ୍ତେ ସମ୍ଭବ ହେଉନଥିଲା ।
                ଶରୀରରେ ରୋଗ ବ୍ୟାଧି ଥିଲେ ତାହା ନିଶ୍ଚିତ ଭାବରେ ଚିକିତ୍ସକମାନଙ୍କ ନିମନ୍ତେ ସହଜ ସାଧ୍ୟ ହୋଇଥାନ୍ତା । ଏଠାରେ କିନ୍ତୁ ସେପରି ଅବସ୍ଥା ନଥିଲା, ବୈଦ୍ୟମାନେ ଜାଣିପାରିଲେ ନାହିଁ ଯେ ରାଜକୁମାରଙ୍କ ପେଟ ମଧ୍ୟରେ ଏକ ସର୍ପ ବାସ କରିବାରେ ଲାଗିଛି । ସେହି ଉଦରସ୍ଥ ସର୍ପ ହିଁ ଥିଲା ରାଜକୁମାରଙ୍କର ଅସ୍ୱାସ୍ଥ୍ୟର କାରଣ । ଅଧିକ...