ବହୁ ପ୍ରାଚୀନ କାଳର କଥା । ଦାକ୍ଷିଣାତ୍ୟ ନାମକ
ଗୋଟିଏ ରାଜ୍ୟ ଥିଲା । ସେହି ରାଜ୍ୟଟି ଜନବସତି ଠାରୁ ଅଧିକ ଭାବରେ ଅରଣ୍ୟରେ
ପୂର୍ଣ୍ଣଥିଲା । ସେହି ଅରଣ୍ୟ ନିକଟସ୍ଥ ମହିଳାରୋପ୍ୟ ନାମକ ନଗରର ଉପକଣ୍ଠରେ ଥିଲା ଏକ
ବିଶାଳ ବଟବୃକ୍ଷ ।
ବୃକ୍ଷଟିରେ ଡାଳପତ୍ର
ପ୍ରବଳଥିବାରୁ ନିମ୍ନସ୍ଥ ସ୍ଥାନଟି ଖୁବ୍ ଛାୟା ଦ୍ୱାରା ଅଚ୍ଛାଦିତ ହୋଇ ରହିଥିଲା ଓ ବଡୁ
ବାଟୋଇମାନଙ୍କର ଗ୍ରୀଷ୍ମକାଳରେ କଷ୍ଟ ଲାଘବ ନିମନ୍ତେ ଆଶ୍ରୟ ମଧ୍ୟ ହେଉଥିଲା ।
ସେହି ପତ୍ରଦ୍ୱାରା ଆଚ୍ଛାଦିତ
ବଟବୃକ୍ଷଟି ଅଂଧାରୁଆ ତଥା ନିରାପଦ ହୋଇଥିବାରୁ ମେଘବର୍ଣ୍ଣ ନାମକ ବାୟସରାଜ ବିପଦ
ମୁକ୍ତ ମନେକରି ସପରିବାର ସହ ସେହି ବୃକ୍ଷରେ ବାସ କରିବାକୁ ଲାଗିଲେ ।
ପୁଣି ଅନତୀ ଦୂରରେ ଘଞ୍ଚ
ଅରଣ୍ୟ ଅବସ୍ଥିତ ଥିଲା । ସେହି ଅରଣ୍ୟ ସମାନ୍ତରେ ଥିବା ଏକ ଅଂଧାରୁଆ ତଥା ପତ୍ରପୂର୍ଣ୍ଣ
ଗହଳି ଅଂଧାରିଆ ଗୁହାକୁ ନିଜର ବାସସ୍ଥାନ ଭାବରେ ନିର୍ବାଚନକରି ଅରିମର୍ଦ୍ଧନ ନାମକ
ଭଲ୍ଲୁକ ରାଜା ମଧ୍ୟ ବହୁଦିନ ଧରି ବାସ କରିଆସୁଥାଏ । ଅଧିକ...
No comments:
Post a Comment