ବହୁ ପ୍ରାଚୀନ କାଳର କଥା । କୌଣସି ଏକ ଘଞ୍ଚମୟ
ଅରଣ୍ୟ ମଧ୍ୟରେ ଥିଲା ଏକ ଶମୀବୃକ୍ଷ । ସେହି ଶମୀବୃକ୍ଷଟି ଅତି ନିରାପଦ ସ୍ଥାନରେ
ଥିବାରୁ ସେହି ବୃକ୍ଷକୁ ନିଜର ନିରାପଦ ଆଶ୍ରୟସ୍ଥଳ ବିଚାରି ଚଟକ ଦମ୍ପତି ବୃକ୍ଷରେ
ସୁନ୍ଦରଭାବେ ନୀଡ଼ ଗୋଟିଏ ରଚନା କଲେ । ନୀଡ଼ଟି ପ୍ରସ୍ତୁତ ହୋଇସାରିବା ପରେ ବେଶ୍
ସ୍ୱଚ୍ଛନ୍ଦରେ ସେଠାରେ ବସବାସ କଲେ । ପ୍ରାତଃ ହେଲେ ନୀଡ଼ ପରିତ୍ୟାଗକରି ସମସ୍ତେ ନିଜ
ନିଜର ଖାଦ୍ୟ ଅନ୍ୱେଷଣରେ ଚାଲିଯାଆନ୍ତି । ଦିନଟା ସାରା ଆହାର ପାଇ ଉଦର ପୂର୍ଣ୍ଣ
ପୂର୍ବକ ପୁଣି ନିଜ ନୀଡ଼କୁ ଫେରିଆସନ୍ତି ।
ଏହିପରି ଭାବେ ଚଟକ ଦମ୍ପତି ବେଶ୍ ଆରାମ ତଥା ନିରାପଦ ଭାବରେ ନିଜଦ୍ୱାରା ପ୍ରସ୍ତୁତ କରିଥିବା ନୀଡ଼ରେ ବାସ କରୁଥାଆନ୍ତି ।
ଦିନକର କଥା, ପ୍ରବଳ ଭାବରେ
ଶୀତ ପଡ଼ିଥାଏ । ହଠାତ୍ ସେହି ଋତୁରେ ବାରିପାତ ଆରମ୍ଭ ହୋଇଗଲା । ତାହାପୁଣି ଦିନେ ନୁହେଁ
କି ଅଧେ ନୁହେଁ ବାରିପାତ କ୍ରମାଗତ ଭାବରେ ଲାଗିରହିଲା ।
ନିଜର ଶକ୍ତଭାବେ ପ୍ରସ୍ତୁତ
ହୋଇଥିବା ନୀଡ଼ଥିବାରୁ ସେହି ନୀଡ଼ ମଧ୍ୟରେ ବର୍ଷାକୁ ଖାତର ନକରି ଚଟକ ଚଟକଣୀ ଦୁହେଁ ବେଶ୍
ଆରାମରେ ଥାଆନ୍ତି । ବାହାରେ ବର୍ଷାହେଉଥିଲେ ମଧ୍ୟ ନୀଡ଼ ମଧ୍ୟରେ ଉଷୁମ ଲାଗୁଥିବାରୁ
ସେମାନଙ୍କୁ ଆଦୌ ଶୀତ ବା କଷ୍ଟ ହେଉନଥାଏ । ଅଦିନିଆ ବର୍ଷାକୁ ତାଙ୍କର ଖାତର ନଥାଏ,
ଠିକ୍ ଏହିପରି କାଳରେ କେଉଁଠାରେ ଥିଲା କେଜାଣି ବାନର ଗୋଟିଏ ଆସି ସେହି ବୃକ୍ଷ ମୂଳରେ
ପହଞ୍ଚିଗଲା । ତା’ର ଶରୀର ଗୋଟାସାରା ଧୂଳି ଧୂସରିତ ସମ ଦେଖାଯାଉଥାଏ । କେତେକ ସ୍ଥାନରେ
ଓଦା ମାଟିଗୁଡାକ ଲେସି ହେବାପରି ଦେଖାଯାଉଥାଏ । ସେତେବେଳେ ବାହାରର ବର୍ଷାଯୋଗୁଁ
ପ୍ରବଳ ଥଣ୍ଡା ମଧ୍ୟ ବାନର ଭୋଗୁଥାଏ । ଥଣ୍ଡା ଯୋଗୁଁ କମ୍ପମାନ ଅବସ୍ଥାରେ ଥାଏ ଶରୀର ।
ଉପର ଓ ତଳ ଦନ୍ତର ପିଟାପିଟି ହେବା କାରଣରୁ ସେଥିରୁ ମଧ୍ୟ ଏକ ପ୍ରକାର ବାଦ୍ୟର ଶବ୍ଦ
ଉତ୍ପନ୍ନ ହେଉଥାଏ ।
ବାନରର ଏପରି ଅବସ୍ଥା ଦେଖି
ଚଟକ ତାକୁ ଉପଦେଶ ଦେବା ଛଳରେ କହିଲା ତୁମେ କେଡ଼େ ବୁଦ୍ଧିମାନ । ଶରୀରରେ ତୁମର ବିରଳ
ଶକତି, ହସ୍ତ ଆଉ ଗୋଡ଼ରେ ମଧ୍ୟ ଶକ୍ତି ଅନେକ, ହେଲେ ସବୁଦିନ ଲାଗି ରହିବା ଲାଗି ଏକ
ସ୍ଥିର ସ୍ଥାନ ନିର୍ମାଣ ନକରି ଏପରି ଅଯଥା କଷ୍ଟ ସହ୍ୟକରିବାର ମାନେ କ’ଣ ହୋଇପାରେ । ଅଧିକ...
No comments:
Post a Comment