କୌଣସି ଏକ ବିଶାଳ ବନସ୍ତ ଥିଲା । ସେହି ବନସ୍ତ
ମଧ୍ୟରେ ଥିଲା ବିଶାଳ ବୃକ୍ଷଟିଏ । ବୃକ୍ଷଟି ବନସ୍ତର ଖୁବ୍ ଶୋଭାବର୍ଦ୍ଧନ କରୁଥିଲା ।
ସେପରି ଏକ ବିଶାଳବୃକ୍ଷ ଅନ୍ୟ କୌଣସି ବନସ୍ତରେ ଦେଖାଯାଉନଥିଲା । କାରଣ ଏହି ବିଶାଳ
ବୃକ୍ଷ ଏପରି ଏକ ବିଶାଳ ବନସ୍ତରେ ରହିବାରେ କୌଣସି ଏକ ବିଶେଷ କଥାକୁ ଧରି ରହିଥିଲା ।
ଦିନକର କଥା, ସେହି ବିଶାଳ
ବୃକ୍ଷ ତଥା ସୁନ୍ଦର ରମଣୀୟ ଶୋଭାପ୍ରତି ଆକୃଷ୍ଟ ହୋଇ କେଉଁଆଡ଼ୁ ଆସିଥିବା ସିଂଧୁକ ନାମକ
ପକ୍ଷୀ ତାହାକୁ ନିଜର ବାସସ୍ଥଳିଭାବରେ ଗ୍ରହଣ କରିନେଲା ।
ସଂସାର ନାମକ ପୃଥିବୀରେ ଯେତେ
ପକ୍ଷୀ ଅଛନ୍ତି, ସେମାନଙ୍କ ଠାରୁ ଏହି ସିଂଧୁକନାମକ ପକ୍ଷୀ ସ୍ୱତନ୍ତ୍ର ତଥା ଭିନ୍ନ
ଥିଲା । ଆଉ ମଧ୍ୟ ପକ୍ଷୀଟିର ନିକଟରେ କେତେକ ଅଦ୍ଭୂତ ଗୁଣଥିଲା । ସେହି ଗୁଣହେଲା
ସିଂଧୁକ ପକ୍ଷୀର ପୁରୀଷ ବା ମଳ ଯେତେବେଳେ ଭୂମିକୁ ସ୍ପର୍ଶକରେ ସେତେବେଳେ ତାହା ଶୁଦ୍ଧ
ସୁବର୍ଣ୍ଣରେ ପରିଣତ ହୋଇଯାଉଥିଲା ।
ଦିନକର କଥା, ଅନେକ ଦିନ ସେହି
ସିଂଧୁକପକ୍ଷୀ ସେହି ବିଶାଳ ବୃକ୍ଷରେ ବାସ କରିବା ପରେ ଅକସ୍ମାତ ଜଣେ ବ୍ୟାଧ ଶିକାର
କରିବା ଉଦ୍ଧେଶ୍ୟରେ ସେହି ବନସ୍ତକୁ ଆସି ପଶୁ ସଂଧାନରେ ଥିଲା । ସେ ପଶୁପକ୍ଷୀ ସଂଧାନ
କରିବା ଉଦ୍ଧେଶ୍ୟରେ ଯେତେବେଳେ ସେହି ବିଶାଳ ବନସ୍ତରେ ପରିଭ୍ରମଣ କଲା ସେତିକିବେଳେ ଏହି
ଭ୍ରମଣ ମଧ୍ୟରେ ତା’ର ଦୃଷ୍ଟି ମଧ୍ୟକୁ ଆସିଥିଲା ସେହି ପତିତ ସୁବର୍ଣ୍ଣଗୁଡ଼ିକ । ବୃକ୍ଷ
ଉପରେ ସେ ଯେତେବେଳେ ସେପରି ପକ୍ଷୀଟିକୁ ଦେଖିଲା ସେତେବେଳେ ସେ ତା’ର ନେତ୍ର ଦୁଇଟିକୁ
ବିଶ୍ୱାସ କରିପାରିଲା ନାହିଁ । କାରଣ ସେ ବ୍ୟାଧ, ପଶୁପକ୍ଷୀ ଶିକାର କରିବା ତା’ର
ଜୀବିକା । ଜୀବନ କାଳ ମଧ୍ୟରେ ସେ ବହୁ ବନସ୍ତ ପରିଭ୍ରମଣ କରିଛି, ସଂସାର ମଧ୍ୟରେ ଏପରି
ପଶୁ ଓ ପକ୍ଷୀ ନାହିାଁନ୍ତି ଯାହାକୁ କି ସେ ବ୍ୟାଧ ଚିହ୍ନିନାହିଁ କି ସେମାନଙ୍କ ବିଷୟରେ
ତାକୁ ଜଣାନାହିଁ, କିନ୍ତୁ ସେ ସେଦିନ ଏପରି ଏକ ପକ୍ଷୀକୁ ଦେଖି ଆଶ୍ଚର୍ଯ୍ୟ
ହୋଇଯାଇଥିଲା । ସେ ବିଶ୍ୱାସ କରି ନଥିଲା ଯେ ଏହା ଏକ ପକ୍ଷୀ, ତେବେ ବହୁତ ଭାବିବାପରେ
ସିଂଧୁକକୁ ପକ୍ଷୀଭାବେ ମନେ ମନେ ସ୍ୱୀକାର କଲା । ତା’ପରେ ବ୍ୟାଧ ବି ମନେ ମନେ ଭାବିଲା,
ଏ ଅଦ୍ଭୂତ ପକ୍ଷୀ ତା’ର ଖାଦ୍ୟ କାର୍ଯ୍ୟରେ ଲାଗିବ କି ନାହିଁ । ଅଧିକ...
No comments:
Post a Comment