ଅନେକ ଦିନ ତଳେ, ଏକ ନିକାଂଚନ ସ୍ଥାନରେ
‘ଦେବଶର୍ମା’ ନାମକ ଜଣେ ସାଧୁ ମଠ ସ୍ଥାପନ କରିଥିଲେ । ତାଙ୍କର ଏହି ମଠକୁ ଅନେକ ସାଧାରଣ
ଜନତା ବୁଲିବାକୁ ଆସୁଥିଲେ ଏବଂ ତାଙ୍କୁ ବିଭିନ୍ନ ପ୍ରକାର ହାତବୁଣା ଦ୍ରବ୍ୟ ପ୍ରଦାନ
କରଥିଲେ । ଯାହାକୁ କି ସେ ବିକ୍ରୀ କରି ଦିନକୁ ଦିନ ଧନୀ ହେବାକୁ ଲାଗିଲେ । ସେ ଯେତେ
ଧନୀ ହେଲେ ମଧ୍ୟ କାହାପ୍ରତି ଦିନେ ବିଶ୍ୱାସ ଘାତକତା କରି ନଥିଲେ । ଦିନ, ରାତି ସବୁ
ସମୟରେ ସେ ସଂଚିତ ଧନର ଥଳୀଟିକୁ ହାତରେ ଧରୁଥିଲେ । କଦାପି ନିଜଠାରୁ ତାହାକୁ ଅଲଗା କରୁ
ନଥିଲେ ।
ସାଧୁ ଦେବ ଶର୍ମାଙ୍କ ମତରେ ଧନ ଉପାର୍ଜନ
କରିବା ଅତ୍ୟନ୍ତ କଷ୍ଟକର ବ୍ୟାପାର । ଧନର ଆସିବା,ଯିବା ସଦାସର୍ବଦା ଅସୁବିଧା ସୃଷ୍ଟି
କରିଥାଏ । ତାଙ୍କ ମତରେ ଏହା ଶେଷହୀନ । ଶେଷହୀନ ଏହି ଚିନ୍ତାର କାରଣକୁ ସର୍ବଦା ନିନ୍ଦା
କରିବା ଉଚିତ୍ ।
ଆଷାଢଭୂତି ନାମକ ଜଣେ ଠକ ଯିଏ କି
ସର୍ବଦା ସାଧାରଣ ଜନତାଙ୍କର ଉପାର୍ଜିତ ଧନକୁ ଲୁଣ୍ଠନ କରେ । ସେ କିପରି ଜାଣିବାକୁ
ପାଇଲା ଯେ, ସାଧୁ ଦେବଶର୍ମା ତାଙ୍କ ସଂଚିତ ଧନକୁ ସଦାସର୍ବଦା ନିଜ ବାହୁ ମୂଳରେ ରଖି
ଥାଆନ୍ତି । ସେ ମନେ ମନେ ଚିନ୍ତାକଲା, କିପରି ସାଧୁଙ୍କର ଧନକୁ ଅପହରଣ କରିବ । ମଠର
କାନ୍ଥରେ ଗାତ କରି ସେହି ବାଟରେ ଯାଇ ଚୋରି କରିବା ଅତ୍ୟନ୍ତ କଷ୍ଟକର । ତେଣୁ ଏପରି
କିଛି କରିବାକୁ ହେବ ଯାହା ଦ୍ୱାରା ସେ ସାଧୁଙ୍କର ବିଶ୍ୱାସ ଭାଜନ ହୋଇପାରିବ । ତେଣୁ ସେ
ପ୍ରଥମେ ସାଧୁଙ୍କ ନିକଟରେ ପହଁଚି ଏପରି ମଧୁର ବଚନ କହିବ ଯେ, ଯାହାଦ୍ୱାରା ସାଧୁ ତାକୁ
ନିଜର ଶିଷ୍ୟ ରୂପେ ଗ୍ରହଣ କରିବେ । ଏହିପରି କିଛିଦିନ ସାଧୁଙ୍କର ବିଶ୍ୱାସ ଭାଜନ ହେବା
ପରେ ସେ ତାଙ୍କୁ ପୂର୍ଣ୍ଣ ମାତ୍ରାରେ ନିଜ ହାତ ମୁଠାକୁ ଆଣିପାରିବ । ଅଧିକ...
No comments:
Post a Comment